ଖୁଦୁରୁକୁଣି ଓଷା ମଧ୍ୟ ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଶ୍ରାବଣ ମାସର ସମସ୍ତ ରବିବାର ଦିନ ଏହି ଓଷା କୁଆଁରୀ ଓଡ଼ିଆ ଝିଅ ମାନଙ୍କ ଦ୍ୱାରା ଓଡ଼ିଶାରେ ପାଳନ କରାଯାଇଥାଏ । ଏଥିରେ ଖୁଦୁରୁକୁଣି (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚନା କରାଯାଇଥାଏ ।
ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟିଆ ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।
ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣିଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:
Album: Nirimakhi Tapoi
Singer: Namita Agrawal
Music Director: Subas Dash
Lyrics: Alekh Biswal
Producer: Sitaram Agrawal
Music Label: Sidharth Music
Video Artist : Namita Agrawal,Nimananda,Monalisa,Soma,Ameli
For Caller Tunes:
OPERATOR CODES:
Vodafone Subscribers Dial 5378426926
Airtel Subscribers Dial 5432115810043
Idea Subscribers Dial 567898426926
Tata DoCoMo Subscribers sms SET 8426926 To 543211
BSNL (South / East) Subscribers sms BT 8426926 To 56700
Tata Indicom Subscribers sms WT 8426926 To 12800
Uninor Subscribers sms ACT CT 8426926 To 51234
Aircel (South / East) Subscribers sms DT 8426926 To 53000
“Sidharth Music” ଏବଂ “Sidharth TV” ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ “Namita Agrawal” YouTube Channelକୁ Subscribe କରନ୍ତୁ ଓ Bell ? ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
#SidharthMusic #SidharthTV #SitaramAgrawal #NamitaAgrawal
Your cart is currently empty.
38 Comments
Nic
Hii
Jayajaganath
Jai maa mangala kudurkhuni…
Jay maa mangala
My favourite song
M
Jay maa mangala
Jay ma mangala
beautiful
Nice so colour full
Jay maa manjla
Jay maa mangala
Jay Jay maa
Mama??????????
Jay maa mangala
JAI Maa Mangala…
jay ma mangala jay
Malo mu janichhi mu bohut kharap korichhi mote nijo papi puoo bhabi
Khyama koridiooo
Jay maa mangala Mo Bhai Ku bhala re rakha
Jay maa
FX xj DJ
Jay ma mangala
Jay maa mangala
Jay maa mangal
Jay maa mangala
bahut Sundar song
Jay maa mangala
Jay maa mangala
Maa ? ?? ? ?? 25/08/19/Sriram ??
Jay maa mangala
Jay Maa Mangala
Jaymaamangala
Maa mangala ??????
jay maa mangala
Maa Mangala
Joy maa mangala
Maa mangala ????????????????????????????????